ଥାଲାପତି ବିଜୟଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଲିଓ’ଗତକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଭାତ ଶୋ’ରେ ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମାଇକ୍ରୋବ୍ଲଗିଂ ସାଇଟ୍ X ର ଅନେକ ଉପଭୋକ୍ତା ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶନା ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି। କିଛି ଲୋକ ଏହାକୁ ପୂର୍ବରୁ ‘ବ୍ଲକବଷ୍ଟର’ ବୋଲି କହୁଥିବାବେଳେ ଅନେକ ଏହାକୁ ବିଜୟଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଛନ୍ତି।ଆକ୍ସନ୍-ଥ୍ରୀଲର ଫିଲ୍ମ ‘ଲିଓ’ ଫିଲ୍ମ ଦର୍ଶକମାନଙ୍କୁ ଦିୱାନା କରିଦେଇଛି।ଏହା ସହିତ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଫିଲ୍ମର ସମୀକ୍ଷା ବାଣ୍ଟିବା ଆରମ୍ଭ କରିଛନ୍ତି। ଜଣେ ଉପଭୋକ୍ତା ଫିଲ୍ମର ପ୍ରଥମ ଭାଗ ଦେଖିବା ପରେ ଲେଖିଛନ୍ତି, “ଥାଲାପାତି ବିଜୟଙ୍କ ପ୍ରଦର୍ଶନ ଶିଖରରେ ପହଞ୍ଚିଛି। ପ୍ରତି ଆକ୍ସନ ସିନ୍ ଲୋମହର୍ଷଣକାରୀ ଅଟେ, ଏକ ସରପ୍ରାଇଜ୍ ବ୍ଲକ ଏବଂ ଇଣ୍ଟରଭାଲ ବ୍ଲକ ହାଇଲାଇଟ୍ ଥିଲା, ଅନ୍ୟ ହାପ ମଧ୍ୟ ଏହି ଲେବଲରେ ଯାଉଛି । ତେବେ ଏହା ବ୍ଲକବଷ୍ଟର ହେବାକୁ ଯାଉଛି ।’
ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଲିଓ ଏକ ‘ଉଜ୍ଜ୍ୱଳ’ ଚଳଚ୍ଚିତ୍ର ଏବଂ ଏହାକୁ କୌଣସି ମୂଲ୍ୟରେ ଦେଖିବା ହାତଛଡା କରିବା ଉଚିତ୍ ନୁହେଁ। ଜଣେ ପ୍ରଶଂସକ ଏପରିକି କହିଛନ୍ତି ଯେ, ରଜନୀକାନ୍ତଙ୍କ ନିକଟରେ ମୁକ୍ତିଲାଭ କରିଥିବା ଜେଲର ‘ଲିଓ ତୁଳନାରେ କିଛି ନୁହେଁ’।