ଆଜିଠାରୁ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ। ଆଜି ସଂଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ ଯଜ୍ଞ । ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ଦର୍ଶାଇ ଏକ ବିରାଟ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଯାହାର ସିଧାପ୍ରସାରଣ କରାଯିବ । ଜୁନ୍ ୨୮ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।
ତିନି ଦିନିଆ ଉତ୍ସବରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ବର ମନ୍ଦିର, ବିନ୍ଦୁ ସାଗର ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକରେ ସୁସଜ୍ଜିତ ହେବ। ଏକାମ୍ର ପ୍ରକଳ୍ପ 2019 ରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ୮୦ଏକର ଜାଗାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ସ୍ଥାପତ୍ୟ ଏବଂ ପ୍ରତ୍ନତାତ୍ତ୍ବିକ ଐତିହର ବିକାଶ କରାଯିବ । ଟ୍ରାଫିକ ଚଳାଚଳ ପାଇଁ ୧୨ରୁ ୧୮ ମିଟର ପ୍ରସସ୍ତ ରାସ୍ତା କରାଯିବ।
ଏଥିସହ ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ପବିତ୍ର ବାତାବରଣ ସୃଷ୍ଟି ହେବ । ଏଥିସହିତ ବିଏମସି ମାର୍କେଟ କମ୍ପ୍ଲେକ୍ସରେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍ଟ, ଲାଇଟ ଏବଂ ସାଉଣ୍ଡ ସୋ, ନୃତ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇବେ ଲୋକେ। ୨୭ ଏବଂ ୨୮ ତାରିଖ ସନ୍ଧ୍ୟାରେ ସନ୍ଧ୍ୟା ୫ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ଭଜନ ସମାରୋହ ମଧ୍ୟ ଆୟୋଜନ କରାଯାଇଛି ।