ବିଜେଡି ଷଷ୍ଠଥର ପାଇଁ ପୁଣି ଶାସନ ଗାଦିରେ ବସିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରା ହୋଇଛି ବିଜେଡିର ଆସେଟ୍ । ଆଜି ଏହା ମଧ୍ୟରେ ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । କାକଟପୁର ତୁଷାରକାନ୍ତି ବେହେରା , ବରି- ବିଶ୍ୱ ରଞ୍ଜନ ମଲ୍ଲିକ, ରଘୁନାଥ ପାଲି- ଅର୍ଚ୍ଚନା ରେଖା ବେହେରା, ହିନ୍ଦୋଳରୁ ମହେଶ ସାହୁ । ବାଲିକୁଦା-ଏରସମା ଶାରଦା ଜେନା. ବାଙ୍ଗିର ପୋଷୀ- ରଞ୍ଜିତା ମାରାଣ୍ଡିଙ୍କୁ ଦଳ କରିଛି ପ୍ରାର୍ଥୀ । ପୂର୍ବରୁ ୧୩୫ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।