ମୋଟାପଣ ଆଜିକାଲିର ଏକ ବଡ଼ ସମସ୍ୟା ପାଲଟି ଗଲାଣି । ଏହାକୁ ନେଇ ଦେଶବାସୀ ଚିନ୍ତିତ । ଖାଇବାର ସମୟ ଠିକ୍ ନ ରହିବା ଏବଂ ବ୍ୟାୟାମ କରିବା ପାଇଁ ସମୟ ମିଳୁ ନଥିବାରୁ ମୋଟାପଣର ସମସ୍ୟା ବଢ଼ିବାରେ ଲାଗିଛି । ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ଖାଦ୍ୟ କମ୍ କରିବା ଆରମ୍ଭ କରିଥାନ୍ତି । କିନ୍ତୁ ଏବେ ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷକୁ ଆଘ୍ରାଣ କରି ଓଜନ କମାଇ ପାରିବେ । କେମିତି ଆସନ୍ତୁ ଜାଣିବା ।
ଯେତେବେଳେ କୌଣସି ଅଧିକ ଗନ୍ଧଯୁକ୍ତ ପଦାର୍ଥର ଆଘ୍ରାଣ କରାଯାଏ,ସେତେବେଳେ ଶରୀରରେ ଥିବା ମେଟାବଲିଜିମ୍ ଅଧିକ ସକ୍ରିୟ ହୋଇଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିବା ସହ ଭୋକ କମ ଲାଗିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
୧.ଭିଟାମିନ୍ରେ ଭରପୂର ଥିବା ପୁଦିନା ତେଲ ଆଘ୍ରାଣ କରିବା ଦ୍ୱାରା ଶରୀରକୁ ଭରପୂର ଶକ୍ତି ମିଳିଥାଏ । ସାରାଦିନର ଥକାପଣକୁ ଦୂର କରିବା ପାଇଁ ରାତିରେ ଏହି ତେଲର ଆଘ୍ରାଣ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଶରୀରରେ ମେଟାବଲିଜିମ୍ ବଢ଼ିବା ସହ ଓଜନ କମ ହୋଇଥାଏ ।
୨.ଏକ ଗବେଷଣା ଅନୁଯାୟୀ, ମୋଟାପଣର ଶିକାର ହୋଇଥିବା ଲୋକମାନଙ୍କୁ ଭୋକ ଲାଗିଲେ ସବୁଜ ସେଓ ଏବଂ କଦଳୀକୁ କାଟି ତାହାର ବାସ୍ନାକୁ ଆଘ୍ରାଣ କରିବା ଦରକାର । ଏହା ଦ୍ୱାରା ଭୋକ ଲାଗିବା ବନ୍ଦ ହେବା ସହ ଓଜନ କମ ହୋଇଥାଏ ।
୩.ରସୁଣକୁ କାଟି ଏହାର ବାସ୍ନାକୁ ଆଘ୍ରାଣ କରିବା ଦ୍ୱାରା ଓଜନ କମ ହୋଇଥାଏ ।
୪.ଅଳେଇଚ ତେଲକୁ ଖାଦ୍ୟରେ କିଛି ବୁନ୍ଦା ମିଶାଇ ଖାଆନ୍ତୁ । ଏହାର ବାସ୍ନା ଦ୍ୱାରା ଓଜନ କମ ହେବା ସହ ପେଟଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।