ଜୁନ୍ ପହିଲାରୁ ବଦଳିବାକୁ ଯାଉଛି ଅନେକ ନିୟମ । ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଗୋଷଣା ହେବାକୁ ଥିବା ବେଳେ ଅନେକ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜନତା ଆଶା ରଖିଛନ୍ତି । ତେବେ ଏହା ଭିତରେ ବଡ଼ ପ୍ରଶ୍ନ ହେଉଛି ମାସର ପ୍ରଥମ ଦିନରେ ବଦଳିବ କି ଗ୍ୟାସ ସିଲିଣ୍ଡରର ଦାମ୍? ପ୍ରତି ମାସ ୧ ତାରିଖରେ ଏହାର ମୂଲ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ନିର୍ବାଚନ ପରେ ଏଲପିଜି ସିଲିଣ୍ଡର ଦାମ୍ ବଢିପାରେ ବୋଲି ଖୁବ ଚର୍ଚ୍ଚା ହେଉଛି । ତେବେ ମାର୍ଚ୍ଚ ୯, ୨୦୨୪ ତାରିଖରେ ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଆସନ୍ତା ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏଲପିଜି ସିଲିଣ୍ଡରର ଦାମ୍ ପରିବର୍ତ୍ତନକ ନେଇ ଆକଳନ କରାଯାଉଛି । ତେବେ ବତ୍ତମାନ ସୁଦ୍ଧା ଏ ନେଇ କୌଣସି ରିପୋର୍ଟ ମିଳି ନଥିବା ବେଳେ ଗ୍ରାହକଙ୍କୁ କେଉଁ ପ୍ରକାର ପରିଣାମ ମିଳିବ ଦେଖିବାକୁ ବାକି ରହିଲା ।