ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ଗ୍ୟାସ ସିଲିଣ୍ଡରର ଦରରେ ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ବିକ୍ରିହେବ।ଗତ ଅଗଷ୍ଟ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ କମ୍ପାନୀଗୁଡିକ ଏହାର ଦର ୮.୫୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ଏଥର ଏହା ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦର ୩୦ ଟଙ୍କା ହ୍ରାସ କରିଥିଲେ। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇନି।