କମର୍ସିଆଲ ସିଲିଣ୍ତର ଦାମ୍ ହ୍ରାସ ହେଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି । ଆଜି ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ବା ଓଏମସି ଦ୍ୱାରା ସିଲିଣ୍ଡର ପିଛା ୩୯.୫୦ ଟଙ୍କା ହ୍ରାସ କରାଯାଇଛି । ନୂଆ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ଜଣା ପଡ଼ିଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌ ଣସି ପରିବର୍ତ୍ତନ କରାଯାଇ ନାହିଁ ।ଅନ୍ୟପଟେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ତର ମୂଲ୍ୟ ୧,୭୫୭ ଟଙ୍କା ଥିବାବେଳେ କୋଲକାତାରେ ୧,୮୬୮ ରହିଛି । ମୁମ୍ବାଇରେ ଏହି ସିଲିଣ୍ତର ଦାମ ୧,୭୧୦ ଟଙ୍କା ଥିବାବେଳେ ଚେନ୍ନାଇରେ ୧,୯୨୯ ଟଙ୍କା ରହିଛି ।ସେହିପରି ଗତ ନଭେମ୍ବର ୧୭ ରେ, ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଉପରେ ସିଲିଣ୍ଡର ପିଛା ୫୭.୫ ଟଙ୍କା ହ୍ରାସ କରିଥିଲେ ।