ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆରେ ନୌସେନାର ଦୁଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।ମାଲେସିଆର ଲୁମୁଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁଃଖଦ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ହେଲିକପ୍ଟର ମାଲେସିଆ ନୌସେନା।
ମାଲେସିଆ ନୌସେନା ପରେଡ୍ ପାଇଁ ରିହାର୍ସଲ ଚାଲିଥିବା ବେଳେ ହଠାତ୍ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତଳେ ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଗୋଟିଏ ହେଲିକପ୍ଟରରେ ୭ ଜଣ ଲୋକ ଥିବାବେଳେ ଅନ୍ୟଟିରେ ତିନି ଜଣ ଲୋକ ଥିଲେ।