ମୁମ୍ବାଇ: କିଙ୍ଗ ଖାନ୍ ଶାହରୁଖଙ୍କୁ ମାରିବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ଧମକ ଦେଇଥିବା ବ୍ୟକ୍ତିକୁ ଛତିଶଗଡ ରାୟପୁରରେ ମୁମ୍ବାଇ ପୋଲିସ ଗିରଫ କରି ପଚରାଉଚରା କରୁଛି । ମୁମ୍ବାଇ ପୋଲିସ ପାଖକୁ ଆସିଥିବା ଧମକପୂର୍ଣ୍ଣ କଲରେ ଶାହରୁଖ ଖାନଙ୍କୁ ମାରିବା ପାଇଁ ଧମକ ମିଳିଥିଲା । ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧର ପତ୍ତା ଲାଗିଥିଲା ।
ମୁମ୍ବାଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ରାୟପୁରରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଫୈଜାନ ଖାନ୍। ସେ ପେସାରେ ଜଣେ ଓକିଲ। ମୁମ୍ବାଇ ପୁଲିସ ଆଜି ସକାଳୁ ଛତିଶଗଡର ରାୟପୁରରେ ଥିବା ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି।
ଶାହରୁଖଙ୍କୁ ଧମକ ବିଷୟରେ ବାନ୍ଦ୍ରା ପୋଲିସକୁ ସୂଚନା ମିଳିଥିଲା । ନଭେମ୍ବର ୫ ତାରିଖରେ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଫୋନ ଆସିଥିଲା । ଧମକ ଦେଇଥିବା ବ୍ୟକ୍ତି ୫୦ ଲକ୍ଷ ଟଙ୍କା ଦାବି କରି ଶାହରୁଖଙ୍କ ମାରିବାକୁ ଧମକ ଦେଇଥିଲା । ତେବେ ପ୍ରାଥମିକ ତଦନ୍ତ ପୋଲିସ ଜାଣିବାକୁ ପାଇଥିଲା କି ଧମକ ଆସିଥିବା ନମ୍ବର ଫୈଜାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟର ହୋଇଛି । କିନ୍ତୁ ଫୈଜାନଙ୍କ ସହିତ କଥା ହେବା ପରେ ତାଙ୍କ ଫୋନ ୨ ଦିନ ପୂର୍ବରୁ ଚୋରି ହୋଇଥିବା ସୂଚନା ମିଳିଥିଲା । ଫୋନ ଚୋରି ହୋଇଥିବା ମଧ୍ୟ ଯୁବକ ରାୟପୁର ଥାନାରେ ରିପୋର୍ଟ ମଧ୍ୟ କରିଥିଲେ ।