ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ଏୟାର ଇଣ୍ଡିଆର ପାଇଲଟ୍, ଫ୍ଲାଇଟ୍ ଷ୍ଟାଫ୍ ଏବଂ କ୍ୟାବିନ କ୍ରୁଙ୍କ ୟୁନିଫର୍ମ ଡିଜାଇନ୍ କରିବେ। ଆଜି ଏୟାର ଇଣ୍ଡିଆ ଏହାର ଅଫିସିଆଲ୍ ସାଇଟରେ ଘୋଷଣା କରିଛି ଯେ, ମନୀଷ ମଲହୋତ୍ରାଙ୍କ ପରି ଜଣେ ସେଲିବ୍ରିଟି ଡିଜାଇନର୍ ସେମାନଙ୍କ ବିମାନ କର୍ମଚାରୀଙ୍କ ୟୁନିଫର୍ମ ଡିଜାଇନ୍ କରିବେ। ମନୀଷ ମଲହୋତ୍ରାଙ୍କ ନାମ ଫ୍ୟାଶନ ସହିତ ସମକକ୍ଷ ଏବଂ ସେଥିପାଇଁ ଏୟାର ଇଣ୍ଡିଆ ଏହାର ଘୋଷଣାରେ ଲେଖିଛି – Fashion takes flight।ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ଏୟାର ଇଣ୍ଡିଆ ଏହି ପୋଷ୍ଟରେ ଲେଖିଛି ଯେ, ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ସହିତ ଆମର ସହଭାଗିତା ଘୋଷଣା କରିବା ଅତ୍ୟନ୍ତ ଆନନ୍ଦଦାୟକ। ମନୀଷ ମଲହୋତ୍ରା ଆମର କ୍ୟାବିନ କ୍ରୁ, ପାଇଲଟ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବାକୁ ଯାଉଛନ୍ତି। ଆଗକୁ ରୋମାଞ୍ଚକର ସମୟ ଅଛି, ଯେହେତୁ ଆମେ ମନୀଷ ମଲହୋତ୍ରାଙ୍କ ସହ ଆମର ସହକର୍ମୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ଲୁକ୍ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ ଯାହା ଆମେ ନିର୍ମାଣ କରୁଥିବା ନୂତନ ଏୟାର ଇଣ୍ଡିଆର ପ୍ରତିନିଧିତ୍ୱ କରିବ।