ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିଜର ପଦକ ଖାତା ଖୋଲିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପଦକ ଜିତିପାରିଛି ।ଫାଇନାଲ ମୁକାବିଲାରେ ମୋଟ ୨୨୧.୭ ପଏଣ୍ଟ ସ୍କୋର କରିବା ସହ ପ୍ୟାରିସରେ ତ୍ରିରଙ୍ଗା ଉଡ଼ାଇଛନ୍ତି ୨୨ ବର୍ଷୀୟ ମନୁ । ୧୨ ବର୍ଷ ପରେ ଏହା ହେଉଛି ଭାରତର ସୁଟିଂ ମେଡାଲ ।