ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ମାର୍ଲନ୍ ସାମୁଏଲ୍ସ ସମସ୍ୟାରେ ପଡ଼ିଯାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି। ଏହି ନିଷେଧାଦେଶ ଦ୍ବାରା ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ, କାରଣ ସେ ୨୦୨୦ରୁ ହିଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । କିନ୍ତୁ ସେ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ ରେ ଖେଳୁଥିଲେ, ବାସନ୍ଦ ହେବା ପରେ ସେ ଏବେ କୌଣସି ଟି-୨୦ ଲିଗରେ ଖେଳିପାରିବେ ନାହିଁ ।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାର୍ଲନ୍ ସାମୁଏଲ୍ସ ଏମିରେଟ୍ସ କ୍ରିକେଟ୍ ବୋର୍ଡରେ ଥିବା ବେଳେ ଆଇସିସିର ଦୁର୍ନୀତି ନିରୋଧୀ ଆଇନ ଉଲ୍ଲଂଘନ କରିଛନ୍ତି। ଯାହା ପରେ ତାଙ୍କୁ କ୍ରିକେଟରୁ ବାସନ୍ଦ କରାଯାଇଛି । ଏବେ ମାର୍ଲନ୍ ସାମୁଏଲ୍ସ ବିଶ୍ୱର ଟି-୨୦ ଲିଗ୍ ରେ ଅଂଶଗ୍ରହଣ କରିପାରିବେ ନାହିଁ। ଆଇସିସି କହିଛି ଯେ ଏହି ନିଷେଧାଦେଶ ପୂରା ୬ ବର୍ଷ ପର୍ଯ୍ୟନ୍ତ ରହିବ। ଯାହା କି ୧୧ ନଭେମ୍ବର ୨୦୨୩ରୁ ଆରମ୍ଭ ହେବ । ଆଇସିସି ଇଣ୍ଟିଗ୍ରିଟି ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶନ କହିଛନ୍ତି, ସାମୁଏଲ୍ସ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ଏହି ସମୟରେ ସେ ଅନେକ ଥର ଦୁର୍ନୀତି ବିରୋଧୀ ଅଧିବେଶନରେ ଭାଗ ନେଇଥିଲେ। ଦୁର୍ନୀତି ନିବାରଣ ପାଇଁ ଦାୟୀ କ’ଣ? ଏକ୍ଷେତ୍ରରେ ସେ ନିଜର ଦାୟିତ୍ବ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ଥିଲା ।