ତାସକେଣ୍ଟ : ଏଠାରେ ଚାଲିଥିବା ପୁରୁଷ ମୁଷ୍ଟିଯୁଦ୍ଧ ବିଶ୍ବ ଚାମ୍ପିଅନ୍ସିପ୍ରେ ଭାରତ ୩ ପଦକ ସହ ଅଭିଯାନ ଶେଷ କରିଛି। ନିଶାନ୍ତ ଦେବ (୭୧ କେଜି), ଦୀପକ ଭୋରିଆ (୫୧ କେଜି) ଏବଂ ମହମ୍ମଦ ହୁସାମୁଦିନ (୫୭ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏହା ମଧ୍ୟ ପ୍ରଥମ ଥର ଲାଗି ବିଶ୍ବ ପ୍ରତିଯୋଗିତାର ଗୋଟିଏ ସଂସ୍କରଣରେ ଭାରତ ସର୍ବାଧିକ ୩ ପଦକ ଜିତିବାର ଇତିହାସ ରଚିଛି।ଏଥି ସହିତ ଭାରତ ମଧ୍ୟ ପଦକ ତାଲିକାରେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛି। ଆୟୋଜକ ଉଜ୍ବେକିସ୍ତାନ (୯), କ୍ୟୁବା ଓ ରୁଷିଆ (ପ୍ରତ୍ୟେକ ୬ ଲେଖାଏଁ) ଏବଂ କାଜାକସ୍ତାନ (୫) ଯଥାକ୍ରମେ ଶୀର୍ଷ-୩ ସ୍ଥାନ ଅକ୍ତିଆର କରିଛନ୍ତି।