ରାଜ୍ୟରେ ଅନ୍ତ୍ିମ ପର୍ୟ୍ୟାୟ ରେ ହେବାକୁ ଥିବା ୪୨ ଟି ବିଧାନସଭା ଆସନ ପାଇଁ ମୋଟ ୩୮୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ମୋଟ ୧୫୨ ଜଣ ହେଉଛନ୍ତି କୋଟିପତି ପ୍ରାର୍ଥୀ । ବିଜେଡ଼ି ର ୩୭ ଜଣ ଅଛନ୍ତି ବିଜେପି ର ୩୦, କଂଗ୍ରେସ ର ୨୧ ଏବଂ ସିପିଆଇ ଓ ସିପିଆଇଏମ ପ୍ରାର୍ଥୀ ରହିଛନ୍ତି । ଓଡ଼ିଆର ଏବଂ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ସମସ୍ତ ପ୍ରାର୍ଥୀ ମାନେ ଦେଇଥିବା ସତ୍ୟପାଠକୁ ସମିକ୍ଷା କରି ଏହି ସୂଚନା ପ୍ରଦାନ କରାଯାଇଛି । ଧନୀ ପ୍ରାର୍ଥୀ ଙ୍କ ମଧ୍ୟରେ ଉପରେ ରହିଛନ୍ତି ବାଲେଶ୍ୱର ବସ୍ତାର ବିଧାନସଭା ପ୍ରାର୍ଥୀ ସୁଭାସିନି ଜେନା ତାଙ୍କ ସମ୍ପତ୍ତି ର ପରିମାଣ ହେଉଛି ୧୩୫ କୋଟି ଟଙ୍କାରେ ଅଧିକ । ଏହିପରି ସିମୁଳିଆ ର ବିଜେପି ପ୍ରାର୍ଥୀ ଦ୍ୱୀତୀୟ ସ୍ଥାନ ରେ ଅଛନ୍ତି ୯୧ କୋଟି ଟଙ୍କାରୁ ଅଧିକ । ୩ ୟ ସ୍ଥାନ ରେ ଅଛନ୍ତି ଭଣ୍ଡାରିପୋଖରୀ ର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟନାୟକ । ତାଙ୍କ ସମ୍ପତ୍ତି ର ପରିମାଣ ହେଉଛି ୮୬ କୋଟି ଟଙ୍କାରୁ ଅଧିକ ।