କେନ୍ଦ୍ର ସରାକରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୫ ଏନଜିଓ ବିରୋଧରେ ବଡ ଆକ୍ସନ ନିଆଯାଇଛି । ଏବେ ଆଉ ବିଦେଶରୁ ପାଇବେ ନାହିଁ ଆର୍ଥିକ ସହାୟତା । ଏଫ୍ ସି ଆର ଏ ଉଲ୍ଲଘଂନ କରିବା କାରଣରୁ ଏହି ଅଣ ସରକାରୀ ସଂଗଠନର ରେଜିଷ୍ଟ୍ରେସନକୁ ରଦ୍ଦ କରିଦିଆଯାଇଛି । ଏହି ଏନଜିଓ ଗୁଡିକ ହେଲା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ ଅଫ୍ ଇଣ୍ଡିଆ । ସି ଏନ୍ ଆଇ ସିନୋଡିକଲ୍ ବୋର୍ଡ ଅଫ ସୋସିଆଲ ସରଭିଶେଷ, ଇଣ୍ଡୋ- ଗ୍ଲୋବାଲ ସର୍ଭିସ ସୋସାଇଟି, ସର୍ଚ୍ଚ ଅକ୍ର୍ଜିଲାରୀ ଫର୍ ସୋସିଆଲ ଆକ୍ସନ ,ଇଭୋଜେଳିକଲ ଫେଲେସିପ ଅଫ ଇଣ୍ଡିଆ । ଏହି ଏନଜିଓ ଗୁଡିକର ସାରା ଦେଶରେ ଚାରି ହଜାର ପାଞ୍ଚଶହରୁ ଉର୍ଦ୍ଧ୍ୱ ଶାଖା ରହିଛି । ତେବେ ଏଫସିଆର ନିୟମକୁ ଉଲ୍ଲଘଂନ କରିବା କାରଣରୁ ଏଫସିଆର ରେଜିଷ୍ଟ୍ରେସନ ଋ଼ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ୨୦୧୨ରେ ୨୦୭୨୧ ପୁଣି ୩୯୨୪, ୨୦୧୩ରେ ୪, ୨୦୧୪ରେ ୫୯,୨୦୧୫ରେ ୧୦୦୨,୨୦୧୬ରେ ୬,୨୦୧୭ରେ୪୮୬୩,୨୦୧୮ରେ୧,୨୦୧୯ରେ ୧୮୩୯, ୨୦୨୦ରେ୩,୨୦୨୧ରେ୩୦୦୩,୨୦୨୨ରେ ୧୫,୨୦୨୩ରେ୪ ଏନଜିଓର ଏଫ୍ ସି ଆର ଏ ରେଜିଷ୍ଟ୍ରେସନକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରଦ୍ଦ କରାଯାଇଛି ।