ଭାରତ ମାଟିରେ ପ୍ରଥମ କରି ଗଡିଲା ମାନବବିହୀନ ଚାରି ଚକିଆ ଯାନ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପରିଚାଳିତ ଏହି ଯାନ ବେଙ୍ଗାଳୁରୁରେ ଗଡିଛି। ସମସ୍ତ ପ୍ରକାର ପ୍ରତିବନ୍ଧକ କ୍ଷେତ୍ରକୁ ଏଡାଇ ସ୍ୱୟଂଚାଳିତ ଯାନ ଲୋକଙ୍କୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି। ନା ଅଛି ଷ୍ଟିୟରିଂ, ନା ଅଛନ୍ତି ଡ୍ରାଇଭର । ବିନା ଡ୍ରାଇଭରରେ ଗନ୍ତବ୍ୟ ସ୍ଥଳରେ ଯାତ୍ରୀଙ୍କୁ ପହଞ୍ଚାଇ ପାରୁଛି ଏହି ଗାଡି । ନାଁ ତାର ଜେଡ୍ ପଟ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ବା ଦ୍ୱାରା ପରିଚାଳିତ ଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଟ ।
ବେଙ୍ଗାଳୁରୁରେ ପ୍ରଥମ କରି ଗଡିଛି ଏହି ଗାଡି । ଏହି ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଜେଡ ପଟ୍ । ବିନା ଡ୍ରାଇଭରରେ କିଭଳି ଅନାୟାସରେ ରାସ୍ତାରେ ସଠିକ୍ ଭାବେ ଯା ଆସ କରୁଛି ଏହି ଗାଡ଼ି। ଏମିତିକି ଜେଡ୍ ପଟ୍ ସାମ୍ନାକୁ ଅନ୍ୟ କୌଣସି ଗାଡି ଆସିଲେ ବି ସେ ତାର ବାଟ ଭାଙ୍ଗି ଚାଲିଯାଉଛି । ଏଭଳି ସ୍ବୟଂଚାଳିତ ଗାଡ଼ି ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହୋଇଥିବା କହିଛନ୍ତି କଂପାନୀ କର୍ତ୍ତୃପକ୍ଷ । AI ଦ୍ବାରା ପରିଚାଳିତ ଏହି ଗାଡ଼ିକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।
Minus Zero Unveils India’s First Fully Autonomous Vehicle
The autonomous vehicle has the ability to scale up to Level 5 autonomy capabilities.
Addresses barriers between existing AI systems, human brain capabilities. 🧩🧠#MinusZero #autonomousvehicle #ZPod pic.twitter.com/qRBCrmUOZ5
— RushLane (@rushlane) June 5, 2023
ଗାଡି ସାମ୍ନା ଏବଂ ପଛ ପାଖରେ ରହିଛି ଦୁଇଟି କ୍ୟାମେରା। ସେହିପରି ଗାଡିର ଦୁଇ ପାର୍ଶ୍ବରେ ଦୁଇଟି ଲେଖାଁଏ ୪ ଟି କ୍ୟାମେରା ରହିଛି। ଏହି କ୍ୟାମେରା ସହାୟତାରେ ଜେଡ ପଟ୍ ନିଜଠାରୁ ଅନ୍ୟ ଗାଡିର ଦୂରତା ଆକଳନ କରିପାରୁଛି । ଏମିତିକି ଅନ୍ୟ ଗାଡିର ସ୍ପିଡକୁ ନେଇ ନିଜେ ସ୍ବୟଂକ୍ରିୟ ଭାବେ ଅନାୟସରେ ତାର ସୁରକ୍ଷିତ ପଥ ବାଛି ନେଉଛି । ମାନବ ଯେପରି ପରିସ୍ଥିତି ନେଇ ତାର ବୁଦ୍ଧି ଅନୁସାରେ କାମ କରିଥାଏ ।