କଣ୍ଟାବାଞ୍ଜି: ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ଟଙ୍କା ଲୁଟ୍ । ଦିନ ଦ୍ୱିପ୍ରହରରେ ଟାଙ୍ଗିଆ ଦେଖାଇ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିଲେ ଭାଇ ଭଉଣୀ । ସ୍ପଷ୍ଟ ଦିବାଲୋକରେ ମୁରିବାହାଲ ଥାନା ଅଞ୍ଚଳରେ ୭ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପଟ୍ଟାମରା-ହଲଦି ଯିବା ରାସ୍ତାରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଇକରେ ଆସି ୨ରୁ ଅଧିକ ଦୁବୃର୍ତ୍ତ ଲୁଟି ନେଇଥିବା ଅଭିଯୋଗ ।
ସୂଚନା ଅନୁସାରେ, ପଟାମରା ଗାଁର ଲଳିତ ଗହୀର ଏବଂ ତାଙ୍କ ଭଉଣୀ ହଳଦୀ ଗାଁରେ ଥିବା ତାଙ୍କ କିୟୋସ ଵ୍ୟାଙ୍କକୁ ୭ ଲକ୍ଷ ୩୦ ହଜାର ଟଙ୍କା ନେଇ ନିଜ ବାଇକରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଙ୍ଗ ଲୁଟି ଫେରାର ହୋଇଯାଇଥିଲେ। ଖବର ପାଇ ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଛି ।