ବ୍ରହ୍ମପୁର: ପୁଣି ଅଶାନ୍ତ ହେଲା MKCG କ୍ୟାମ୍ପସ। ଶିଶୁରୋଗ ବିଭାଗର ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗ ପିଜି ଛାତ୍ର ଓ ସିନିୟର୍ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ ପରେ ବି ହେଉନି ସମାଧାନ। କ୍ୟାମ୍ପସରେ ଲାଗି ରହିଛି ଅଶାନ୍ତ ବାତାବରଣ। MBBS ଛାତ୍ରଙ୍କୁ ନିୟମିତ ରାଗିଂ ହେଉଥିବା ବେଳେ ଗତକାଲି ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ଶିଶୁରୋଗ ବିଭାଗର ଜଣେ ପିଜି ଛାତ୍ରଙ୍କୁ ଅନ୍ୟ ବିଭାଗ ପିଜି ଛାତ୍ର ଓ ସିନିୟର୍ ମିଶି ଆକ୍ରମଣ କରିଥିଲେ। ସଂପୃକ୍ତ ଛାତ୍ର ମାନସିକ ଚାପରେ ଥିବାବେଳେ ସେ ହଷ୍ଟେଲ ଛାତରୁ ଦେଇଁବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ କରିଥିଲେ ବି ଏହାର ସମାଧାନ ହୋଇନାହିଁ। କ୍ୟାମ୍ପସରେ ଅଶାନ୍ତ ବାତାବରଣ ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ପହଞ୍ଚିନାହାଁନ୍ତି। ଗତ ୬ମାସ ହେଲା MKCG କ୍ୟାମ୍ପସ ମୁରବି ବିହୀନ ହୋଇ ରହିଥିବା ବେଳେ କ୍ୟାମ୍ପସରେ ଅଶାନ୍ତ ବାତାବରଣ ଦେଖାଯାଉଛି।