ବଦଳିଲା ‘ମୋ ସ୍କୁଲ୍ ଅଭିଯାନ’ ନାଁ। ଗଣଶିକ୍ଷା ବିଭାଗ ପକ୍ଷରୁ ‘ମୋ ସ୍କୁଲ୍’ ଅଭିଯାନ ନାମ ପରିବର୍ତ୍ତନ କରାଯାଇଛି। ଏହା ବଦଳରେ ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ ରଖାଯାଇଛି। ଏ ନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ସୂଚନାନୁଯାୟୀ, ୨୦୧୭ ମସିହାରୁ ‘ମୋ ସ୍କୁଲ୍’ ଅଭିଯାନ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଏବେ ଏହି ଅଭିଯାନର ନାମ ପରିବର୍ତ୍ତନ କରିଛନ୍ତି। ଏହାର ନୂଆ ନାମ ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ ରଖାଯାଇଛି।