ଲଙ୍କାରେ ପହଞ୍ଚିବା ଲାଗି ପ୍ରଭୁ ରାମ ଯେଉଁ ସ୍ଥାନରେ ଶୁଭ ଦେଇଥିଲେ ବୋଲି ବିଶ୍ବାସ କରାଯାଏ, ଆଜି ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପାଞ୍ଜଳି ଦେଇଛନ୍ତି। ଏହି ସ୍ଥାନରୁ ରାମ ସେତୁ ଆରମ୍ଭ ହୋଇଥିଲା ବୋଲି ଲୋକବିଶ୍ବାସ ଚଳିଆସୁଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଧନୁଷକୋଡ଼ୀ ଜିଲ୍ଲାରେ ଥିବା ଶ୍ରୀକୋଦଣ୍ଡରାମ ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବାରେ ଏହା ହେଉଛି ରାମାୟଣ ସହିତ ସମ୍ପୃକ୍ତ ୪ର୍ଥ ମନ୍ଦିର।
ସୂଚନାଯୋଗ୍ୟ, ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିଚୀ ଅନ୍ତର୍ଗତ ଶ୍ରୀରଙ୍ଗମସ୍ଥିତ ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର ଦର୍ଶନ କରିଥିଲେ। ରାମାୟଣ ସହିତ ଜଡ଼ିତ ଏହି ପ୍ରାଚୀନ ମନ୍ଦିରରେ ପ୍ରଧାନମନ୍ତ୍ରୀ ପଣ୍ଡିତମାନେ ପାଠ କରୁଥିବା ‘କମ୍ବ’ ରାମାୟଣ ଶୁଣିଥିଲେ।