ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥର ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ ବା Global Leader Approval Ratingsରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଆମେରିକାର କନ୍ସଲ୍ଟିଂ ଫାର୍ମ ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପିଏମ ମୋଦୀଙ୍କୁ ୭୮ ପ୍ରତିଶତ ରେଟିଂ ସହ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ଭାବେ ବିବେଚନା କରାଯାଇଛି । ଏହି ସର୍ଭେରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଷଷ୍ଠ ସ୍ଥାନରେ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଦଶମ ସ୍ଥାନରେ ଅଛନ୍ତି ।
ଏହି ରେଟିଂରେ ଶତପ୍ରତିଶତ ଲୋକଙ୍କ ମଧ୍ୟରୁ ୪ ପ୍ରତିଶତ ତାଙ୍କ ବିଷୟରେ କୌଣସି ମତ ପ୍ରକାଶ କରି ନ ଥିବାବେଳେ ୧୭ ପ୍ରତିଶତ ଲୋକ ତାଙ୍କୁ ନାପସନ୍ଦ କରିଛନ୍ତି । କିନ୍ତୁ ପିଏମ ମୋଦୀ ୭୮ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି । ତାଙ୍କ ପରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ ୬୨ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମେକ୍ସିକୋର ରାଷ୍ଟ୍ରପତି ତୃତୀୟ ସ୍ଥାନରେ ଅଛନ୍ତି ।ଏଥର ମଧ୍ୟ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତା ଦୃଷ୍ଟିରୁ ୨୨ ଟି ଦେଶର ଭେଟେରାନ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।