ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ରୋଡ ଶୋ କରିବେ । ବାଣୀ ବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ମୋଦି ରୋଡ ଶୋ କରିବେ । ପିଏମ୍ ମୋଦିଙ୍କ ରୋଡ ଶୋ ପାଇଁ ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୫୫ ପ୍ଲାଟୁନ ପୋଲିସ ଫୋର୍ସ , ୩ଟେକ୍ନିକାଲ ୟୁନିଟ, ୧୦ ଅତିରିକ୍ତ ଡିସିପି , ୪୧ ଇନ୍ସପେକ୍ଟର, ୧୮୦ ଏସ୍ଆଇ ମୁତୟନ ରହିବେ । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଅପରାହ୍ନ ୨ଟା ଠାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନଠାରୁ ବାଣୀ ବିହାର ରାସ୍ତା ଦେଇ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ସଂଯୋଗ ଗଳିରାସ୍ତା ବନ୍ଦ ରହିବ । ସେହିପରି ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ସଂଯୋଗ ଗଳି ରାସ୍ତା ମଧ୍ୟ ବନ୍ଦ ରହିବ ।