କୋରାପୁଟ: ଜୀବନ ସାରା ସଞ୍ଚୟ କରିଥିଲେ । ମୃତ୍ୟୁ ପୂର୍ବରୁ ଟଙ୍କା, ସୁନା ଅଳଙ୍କାର କଥା କହିଲେ । ପରିବାରକୁ ଜଣାଇବା ପରେ ମାଟି ଖୋଳି ବାହାର କରିଲେ ପୁଳା ପୁଳା ଟଙ୍କା ଆଉ ସୁନା। କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷିୟ ସୀତାରାମ ମେଲେକା ମାଟି ତଳେ ଟଙ୍କା ସୁନା ପୋତିଥିଲେ । ବାପାଙ୍କ ଅନ୍ତିମ ସଂସ୍କାର ପରେ ପରିବାର ଲୋକେ ଗଛ ମୂଳରେ ମାଟି ଖୋଳି ୩୨ ହଜାର ଟଙ୍କା ଉଦ୍ଧାର କରିଛନ୍ତି। ଟଙ୍କା ଗୁଡ଼ିକ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି । ଏବେ ମଧ୍ୟ ମାଟି ତଳେ ସମ୍ପତ୍ତି ଖୋଜା ଜାରି ରହିଛି ।