ରାଜଧାନୀ ଦିଲ୍ଲୀ ଏବଂ ନୋଇଡା ସମେତ ଏନସିଆରର କେତେକ ସ୍ମୁଲକୁ ବୁଧବାର ବମ୍ ପକାଇ ଉଡାଇଦେବାର ଧମକ ପରେ ଭୟର ବାତାବରଣ ଖେଳିଯାଇଛି । ଏହି ଧମକ ସ୍କୁଲର ଅଫିସିଆଲ ଇମେଲ ଆଇଡିରେ ସକାଳ ୪ଟା ସମୟରେ ଦିଆଯାଇଛି । ସ୍କୁଲ ମ୍ୟାନେଜମେଣ୍ଟ ପକ୍ଷରୁ ଏ ସୂଚନା ପୋଲିସକୁ ଦେବା ପରେ ପୋଲିସ ସ୍କୁଲର ସମସ୍ତ କ୍ୟାମ୍ପସକୁ ଖାଲି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସ୍ମୁଲ ମ୍ୟାନେଜମେଣ୍ଟ ପ୍ୟାରେଣ୍ଟସଙ୍କୁ ମେସେଜ ଦେଇ ଶିଶୁଙ୍କୁ ଘରକୁ ନେଇଯିବାପାଇଁ ଅନୁରୋଧ କରିଛନ୍ତି । ତୁରନ୍ତ ଏହି ଧମକ ଖବର ପରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବମ୍ ନିରୋଧକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିସି ସୂଚନା ଦେଇଛନ୍ତି ଯେ ଯାଞ୍ଚ ଚାଲିଛି କିନ୍ତୁ ଏ ଯାଏଁ କିଛି ସୂଚନା ମିଳିନାହିଁ।