ଭାରତରେ ୯ ହଜାର ୬୮୧ ଶିଶୁଙ୍କୁ ସୁଧାର ଗୃହ ସ୍ଥାନରେ ଜେଲକୁ ପଠାଯାଇଛି । ୬ ବର୍ଷ ଭିତରେ ଭାରତ ଜେଲରେ ହାରାହାରି ୯ ଜହାର ୬୮୧ ଶିଶୁଙ୍କୁ ଭୁଲ ତରିକାରେ ବନ୍ଦୀ କରାଯାଇଛି । ଏହା ଫର୍ଦ୍ଦାଫାଶ ହେଉଛି ସୂଚନା ଅଧିକାର ଆଇନ ବଳରେ । ଆଇପ୍ରୋବୋନୋ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ , ସଂପର୍କରେ ସୂଚନା ଦିଆଯାଇଛି । ଭାରତର ଜେଲରେ ଶିଶୁ ଙ୍କୁ ବନ୍ଦୀ ଶୀର୍ଷକ ଏକ ରିପୋର୍ଟରେ ୨୮ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ପ୍ରଦେଶରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରକାଶ କରାଯାଇଛି । ଏହି ତଥ୍ୟ ଅପ୍ରେଲ ୨୦୨୨ ଏବଂ ମାର୍ଚ୍ଚ ୨୦୨୩ ମେ’ରେ ୧୨୪ଟି ସୂଚନା ଅଧିକାର ଆଇନ ମାଧ୍ୟମରେ ମିଳିଛି । ରିପୋର୍ଟ ଅନୁଯାୟୀ ୧ ଜାନୁୟାରୀ ୨୦୧୬ ଏବଂ ୩୧ ଡିସେମ୍ବର ୨୦୨୧ ମଧ୍ୟରେ ସାରା ଦେଶରେ ଥିବା ଜେଲରେ ହାରାହାରି ୯ ହଜାର ୬୮୧ ଶିଶୁଙ୍କୁ ଭୁଲ ତରିକାରେ ଦଣ୍ଡିତ କରାଯାଇଛି ।