ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଖରା, ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ବଢ଼ାଗଲା । ୨୨ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ପରିଚାଳନା କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖରା ଛୁଟି ପରେ ସ୍କୁଲ୍ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲି ନଥିଲା। ଯେଉଁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। ଝାରସୁଗୁଡ଼ା ପରି କିଛି ଜିଲ୍ଲାରେ ଜୁନ୍ ୨୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ସ୍କୁଲ୍ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଏବେ ବି ରାଜ୍ୟରେ ଖରାର ପ୍ରକୋପ କମି ନାହିଁ। ଖରା ହେଉଛି। ତା’ ସାଙ୍ଗକୁ ଗୁଳଗୁଳି ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ତେବେ ମୌସୁମୀ ଅଗ୍ରସର ହେଉଥିବା ହେଉଥିବା ସତ୍ତ୍ୱେ ୩ ଜିଲ୍ଲା ପାଇଁ ହଟିୱେଭ୍ ସତର୍କତା ଜାରି କରାଯାଇଛି।