ଆପଣ କେବେ ଚିନ୍ତା କରିଛନ୍ତି କି କୌଣସି ଏକ ପଶୁର କ୍ଷୀର ସବୁଠାରୁ ମହଙ୍ଗା ହୋଇଥିବ ? ଯାହାକୁ ସାଧାରଣ ଲୋକ କିଣିବା କଷ୍ଟକର । ଅନେକ ଲୋକଙ୍କ ଏହି ପ୍ରଶ୍ନର ଉତ୍ତର ନଥିବ । କିନ୍ତୁ ଆମ ଚାରିପାଖରେ ବାସ କରୁଥିବା ଏକ ପଶୁର କ୍ଷୀରର ଲିଟର ପିଛା ଦାମ୍ ଶହେ କି ଦୁଇ ଶହ ନୁହେଁ ବରଂ ହଜାର ହଜାର ଟଙ୍କାରେ ବିକ୍ରି ହୁଏ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହାର ବହୁତ ଚାହିଦା ଅଛି। ସାରା ବିଶ୍ୱରେ ଗଧୀ ଦୁଗ୍ଧ ସବୁଠାରୁ ମହଙ୍ଗା ହୋଇଥାଏ । ଭାରତରେ ଏହାର ଲିଟର ପିଛା ମୂଲ୍ୟ ୭ରୁ ୮ ହଜାର ଟଙ୍କାରେ ବିକ୍ରି ହୁଏ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହା ୧୬୦ ଡଲାର ଅର୍ଥାତ୍ ଲିଟର ପିଛା ପ୍ରାୟ ୧୩ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଆପଣ ଏବେ ଭାବୁଥିବା ଗଧୀର କ୍ଷୀରରେ ଏମିତି କ’ଣ ରହିଛି ଯେ ତାହା ଏତେ ଟଙ୍କାରେ ବିକ୍ରି ହେଉଛି । ତେବେ ଜାଣିରଖନ୍ତୁ ଯେ ଏହି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି କ୍ଷୀରରେ ଏମିତି କିଛି ପ୍ରୋଟିନ୍ ରହିଥାଏ, ଯାହା ସେହି ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ, ଯେଉଁମାନେ ଗାଈ-ମଇଁଷି କ୍ଷୀର ହଜମ କରିପାରନ୍ତି ନାହିଁ । ଏହି କ୍ଷୀରରେ ପ୍ରୋଟିନ୍ ଏବଂ ଫ୍ୟାଟ୍ର ପରିମାଣ କମ୍ ଥିବାବେଳେ ଲାକ୍ଟୋଜର ପରିମାଣ ବହୁତ ଅଧିକ ରହିଥାଏ । ଔଷଧ ଏବଂ ପ୍ରସାଧନ ସାମଗ୍ରୀ ତିଆରିରେ ଏହାର ବହୁଳ ବ୍ୟବହାର ହୋଇଥାଏ ।