ମା’ ଖାଲି ଡାକଟିଏ ନୁହେଁ କି ଶବ୍ଦଟିଏ ନୁହେଁ। ମା ହେଉଛି ସ୍ନେହ, ପ୍ରେମ ତ୍ୟାଗ ଓ ତପସ୍ୟାର ସୀମାହୀନ ସାଗର। ଯାହାକୁ ଯେତେ ମାପିଲେ ବି ମାପି ହୁଏନି, ଯେତେ ଦେଖିଲେ ବି ଆଖି ପାଏନି। ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା’ । ମା’ ଏଭଳି ସଜ୍ଞା, ଯାହାକୁ ଶବ୍ଦରେ ବଖାଣିହେବନି । ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେ କେବେ ଅବହେଳା କରେନାହିଁ । ତା’ର ତ୍ୟାଗ ଅବର୍ଣ୍ଣନୀୟ । ନିଃସ୍ୱାର୍ଥପର ଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦିଏ ଅଜସ୍ର ସ୍ନେହ । ତା’ର ପଣତକାନି ସମସ୍ତ ବାଧାବିଘ୍ନରୁ ରକ୍ଷା କରିଥାଏ । ସେ ହେଉଛି ତ୍ୟାଗ ଓ ତପସ୍ୟାର ପ୍ରତୀକ । ଠିକ୍ ମାଆ ପରି ଗଛଟିଏ ବିଶ୍ୱର ପ୍ରତିଟି ସନ୍ତାନ ପାଇଁ ନିଃସ୍ୱାର୍ଥପର ଭାବେ ଅଜାଡ଼ି ଦେଇଥାଏ ସ୍ନେହ । ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ବହନ କରି ସଦା ସର୍ବଦା ସୁରକ୍ଷା କରିଥାଏ । ଯିଏ ସବୁଠାରୁ ନିଜର ,ଯିଏ ହାତ ଧରି ବାଟ ଚାଲିବା ଶିଖାଏ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ , ଏହା କେବଳ ଏକ ଡାକ ନୁହେଁ ଏଥିରେ ସୀମିତ ସାରା ବିଶ୍ୱ ।
ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ମାଆର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପର ଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ମାଆ । ଆଜି ସାରା ବିଶ୍ୱ ପାଳୁଛି ମାତୃ ଦିବସ । କିଏ ମା’ଙ୍କୁ ଉପହାର ଦେଉଛି ତ ଆଉ କିଏ କେକ୍ କାଟି ମା’ଙ୍କୁ ସମ୍ମାନ ଜଣାଉଛି । ସାରା ବିଶ୍ୱରେ ମାତୃ ଦିବସର ଝଲକ ଦେଖିବାକୁ ମିଳୁଛି । ଏପରିକି ସୋସିଆଲ ମିଡିଆ (ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ୍)ରେ ମାଙ୍କ ଉଦ୍ଦେଶ୍ୟରେ ଅନେକ ଷ୍ଟାର୍ଟସ ମଧ୍ୟ ଦେଖିବାକୁ ମିଳୁଛି ।