ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ NBW । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ଏଣୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଆଗରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଥିଲେ। ମାତ୍ର ଆଜି ପୁଣି ସମୟ ମାଗିବାରୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନୁଭବଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମଳିନାହିଁ । ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁ ମିଳିତ ଭାବେ ବର୍ଷାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଥିଲେ। ଏନେଇ ବର୍ଷା ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ପୁରୀଘାଟ ଥାନାରେ ଏତଲା ଦାଏର କରିଥିଲେ। ଅଭିଯୋଗର ତଦନ୍ତ କରି ପୁରୀଘାଟ ପୋଲିସ ଆଇପିସିର ଦଫା 498A/ 341/ 294/ 506/ 509/ 109/34ରେ ଚାର୍ଜଶିଟ ଦାଖଲ କରିଥିଲା।