ନୂଆଦିଲ୍ଲୀ: କ୍ରିକେଟର ଏମଏସ୍ ଧୋନି ଓ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । ୨୦୧୬ ମସିହାରେ ରିଲିଜ ହୋଇଥିବା କ୍ରିକେଟର ମହେନ୍ଦ୍ର ସିଂହଙ୍କ ବାୟୋପିକ୍ ଫିଲ୍ମ “ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରି”ପୁଣିଥରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏମଏସ ଧୋନିଙ୍କ ଉପରେ ନିର୍ମିତ ବାୟୋପିକ ଅନଟୋଲ୍ଡ ଷ୍ଟୋରୀ ପୁଣି ଥରେ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହା ପ୍ରଶଂସକଙ୍କ ପାଇଁ ଉପହାରଠାରୁ କମ୍ ନୁହେଁ। ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ବାୟୋପିକ ପୁନର୍ବାର ମେ ୧୨ ରେ ସିଲଭର ସ୍କ୍ରିନରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି। ଉଲ୍ଲେଖନୀୟ କଥା ହେଉଛି, ମହେନ୍ଦ୍ର ସିଂ ଧୋନି ଭୂମିକାରେ ଅଭିନୟ କରିଥିବା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଏହି ଚଳଚ୍ଚିତ୍ର ସବୁଠାରୁ ବଡ ହିଟ୍ ଥିଲା।
Jab Mahi phir pitch pe aayega, pura India sirf "Dhoni! Dhoni! Dhoni!" chilaayega. M.S. Dhoni: The Untold Story Re-Releasing in cinemas on 12th May@msdhoni #SushantSinghRajput @advani_kiara @DishPatani @AnupamPKher @bhumikachawlat @FFW_Official pic.twitter.com/foCPnzib9e
— Star Studios (@starstudios_) May 4, 2023
ଡିସନି ଷ୍ଟାର ଷ୍ଟୁଡିଓର ବିକ୍ରମ ଡଗଲ ଏକ ସାକ୍ଷାତକାରରେ କହିଛନ୍ତି, “ଏମଏସ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ କେବଳ ଷ୍ଟାର ଷ୍ଟୁଡିଓ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଭାରତୀୟଙ୍କ ପାଇଁ ଏକ ବିଶେଷ ଚଳଚ୍ଚିତ୍ର ହୋଇପାରିଛି, ଯାହା ଆମର ସଫଳ କ୍ରିକେଟ୍ ଅଧିନାୟକଙ୍କ ପ୍ରେରଣାଦାୟକ ଯାତ୍ରାକୁ ଦର୍ଶାଉଛି। ଏହି ରି-ରିଲିଜ୍ ହେଉଛି ଦେଶର ପ୍ରଶଂସକଙ୍କୁ ବଡ଼ ପରଦାରେ କ୍ରିକେଟ୍ ର ସବୁଠାରୁ ଯାଦୁକରୀ ମୂହୁର୍ତ୍ତକୁ ପୁନଃଜୀବନ୍ତ କରିବାର ସୁଯୋଗ ଦେବା।