ମିଛ ଖବର ଉପରେ ଦୃଷ୍ଟି ରଖିବେ ନିର୍ବାଚନ କମିଶନର । ମିଛ ସୂଚନାର ପ୍ରସାରକୁ ରୋକିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି ମିଥ୍ ଭର୍ସେସ ରିଅଲିଟି ରେଜିଷ୍ଟ୍ରର । ଏହି ନୂଆ ୱେବ ସାଇଟଟି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର , ନିର୍ବାଚନ କମିଶନର ଜ୍ଞ୍ୟାନେଶ କୁମାର ଏବଂ ସୁଖବିର ସିଂ ସାନ୍ଧୁ ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ ସଦରରେ ଏହି ୱେବସାଇଟର ଶୁଭାରମ୍ଭ କରିଛନ୍ତି । ଏହି ମିଥ୍ ଭର୍ସେସ ରିଅଲିଟି ରେଜିଷ୍ଟ୍ରରର ପ୍ରଚଳନ ନିର୍ବାଚନ ପ୍ରକ୍ରିୟାକୁ ମୁଳ ସୂଚନାରୁ ରକ୍ଷା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ରହିଥିବା ଉଦ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ । ଭୁଲ ଓ ମିଛ ସୂଚନାକୁ ଚିହ୍ନଟ ହେବା ନିର୍ବାଚନି ସ୍ୱଚ୍ଛତା ପାଇଁ ଅର୍ଥ, ବାହୁବଳ ଉଲ୍ଲଘଂନ ରହିଛି । ନିର୍ବାଚନ ପ୍ରକ୍ରିୟାରେ ଭୋଟରମାନେ ଯେପରି ସଠିକ ସୂଚନା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।