ଚଳିତ ବର୍ଷର ନୋବେଲ୍ ଶାନ୍ତି ବିଜେତାଙ୍କ ନାମ ଶୁକ୍ରବାର ଘୋଷଣା କରାଯାଇଛି। ଇରାନର ୫୧ ବର୍ଷୀୟା ମହିଳା ନର୍ଗିସ ମହମ୍ମଦି ପାଇବେ ଏହି ସମ୍ମାନଜନକ ପୁରସ୍କାର। ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି ନର୍ଗିସ। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୩ ପ୍ରଦାନ କରିବାକୁ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ନର୍ଗିସ ମହମ୍ମଦି ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ନର୍ଗିସ।
2023 #NobelPeacePrize laureate Narges Mohammadi’s brave struggle has come with tremendous personal costs. The Iranian regime has arrested her 13 times, convicted her five times, and sentenced her to a total of 31 years in prison and 154 lashes. Mohammadi is still in prison. pic.twitter.com/ooDEZAVX01
— The Nobel Prize (@NobelPrize) October 6, 2023
ଏହା ପୂର୍ବରୁ ଫିଜିକ୍ସ ବା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଚଳିତବର୍ଷ ଫିଜିକ୍ସ ପାଇଁ ନୋବେଲ ପୁରସ୍କାର ପାଇବେ ୩ ଜଣ ବୈଜ୍ଞାନିକ । ସେମାନେ ହେଲେ ପିଅରେ ଏଗୋଷ୍ଟିନି, ଫେରେଙ୍କ୍ କ୍ରଜ୍ ଏବଂ ଏନି ଏଲ୍ ହୁଇଲିୟର । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।