ଆମେରିକାସ୍ଥିତ ସ୍ପେସ୍ ଏଜେନ୍ସି NASA ଦର୍ଶକମାନଙ୍କ ସୁବିଧା ପାଇଁ ନିଜର ମୁଖ୍ୟ ୱେବସାଇଟରେ ପରିବର୍ତ୍ତନ ଆଣୁଛି । ମିଳିଥିବା ରିପୋର୍ଟ ଅନୁସାରେ, ୱେସାଇଟରେ ଏଜେନ୍ସିର ମିଶନ, ଅନୁସନ୍ଧାନ, ଜଳବାୟୁ ତଥ୍ୟ, ଆର୍ଟେମିସ ଅପଡେଟ ଭଳି ସମସ୍ତ ସୂଚନା ସାମିଲ ହେବ । ଉଭୟ nasa.gov ଏବଂ science.nasa.gov ୱେବସାଇଟ ୟୁଜର୍ସମାନଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଫିଡବ୍ୟାକ ଆଧାରରେ ଅପଡେଟ ଏବଂ ଉନ୍ନତ କରାଯିବ । ଏହା ବ୍ୟତୀତ, NASA ଚଳିତ ବର୍ଷର ଶେଷରେ ଏକ ନୂଆ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ NASA+ ଲଞ୍ଚ କରିବା ପାଇଁ ଯୋଜନା କରୁଛି । ଏହା ନାସା ଆପକୁ ଅପଗ୍ରେଡ କରିବା ସହିତ ଆସିବ । ଷ୍ଟ୍ରିମିଂ ପ୍ଲାଟଫର୍ମ ଆଡ୍ ଫ୍ରି ଏବଂ ବିନା ମୂଲ୍ୟରେ ରହିବ, ଯାହା ଏଜେନ୍ସିର ଏମି ପୁରଷ୍କାର ପ୍୍ରାପ୍ତ ଲାଇଭ କଭରେଜକୁ ପ୍ରବେଶ ପ୍ରଦାନ କରିବ । ଏଥିରେ ଷ୍ଟ୍ରିମିଂ ସେବା ସହିତ କିଛି ନୂଆ ସିରିଜ ମଧ୍ୟ ଲଞ୍ଚ କରାଯିବ । ତେବେ ଏହି NASA+ ରେ କେଉଁ ବିଶେଷ ଫିଚର ମିଳିବ ଆସନ୍ତୁ ଜାଣିବା । ଅଧିକାଂଶ ପ୍ରମୁଖ ପ୍ଲାଟଫର୍ମରେ ଷ୍ଟ୍ରିମିଂ ସେବା NASA+ ଉପଲବ୍ଧ ହେବ । ନାସା ଆପରେ ଏହା ଆକ୍ସେସ ହୋଇପାରିବ, ଯାହା ଆଇଓଏସ ଏବଂ ଆଣ୍ଡ୍ରଏଡ ମୋବାଇଲ ଏବଂ ଟ୍ୟାବଲେଟ ଡିଭାଇସରେ ଡାଉନଲୋଡ କରିବା ପାଇଁ ଉପଲବ୍ଧ ହେବ । NASA+, Roku, Apple TV ଏବଂ Fire TV ପରି ଷ୍ଟ୍ରିମିଂ ମିଡିଆ ଜଏଣ୍ଟଗୁଡିକର ଏକ ଅଂଶ ହେବ । ଏହା ୱେବ୍, ଡେସ୍କଟପ୍ ଏବଂ ମୋବାଇଲ୍ ଡିଭାଇସରେ ମଧ୍ୟ ଉପଲବ୍ଧ ହେବ । ଆମେରିକା ସ୍ଥିତ ସ୍ପେସ୍ ଏଜେନ୍ସି ମଧ୍ୟ ଆଗାମୀ ୱେବସାଇଟଗୁଡ଼ିକୁ ଇନ୍-ହାଉସ୍ ମଲ୍ଟିମିଡିଆ ଲାଇବ୍ରେରୀ ସହିତ ଏକ ହେବା ପାଇଁ ଅନ୍ୟାନ୍ୟ ଉନ୍ନତି ପାଇଁ ଯୋଜନା କରୁଛି । ଯଦିଓ NASA+ ଷ୍ଟ୍ରିମିଂ ସେବାର ଲଞ୍ଚ ତାରିଖ ଘୋଷଣା କରିନାହିଁ, କିନ୍ତୁ ନାସା ୟୁଜର୍ସଙ୍କ ପାଇଁ ବିଟା ୱେବସାଇଟ୍ ଆରମ୍ଭ କରିସାରିଛି।