ନ୍ୟୁୟର୍କ ସ୍ଥିତ ୟୁଏନ୍ ହେଡ୍କ୍ୱାର୍ଟର୍ସରେ ସ୍ପେଶାଲ୍ ଯୋଗ ସେସନ୍ ପରେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ୱାଶିଂଟନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବର୍ଷାରେ ଭିଜି ଭାରତର ଜାତୀୟ ସଙ୍ଗୀନ ଗାନ କରୁଥିବା ଦେଖିବାକୁ ମିଳିଥିଲା।୩ ଦିନିଆ ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନ ଡିସିରେ ପହଞ୍ଚିଥିଲେ। ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନ୍ୟୁୟର୍କରୁ ୱାଶିଂଟନରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ମୋଦିଙ୍କୁ ସ୍ୱାଗତ କରିଥିଲେ। ମୋଦିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦମ୍ପତି ଏକ ନୈଶ ଭୋଜି ରଖିଛନ୍ତି।
#WATCH | National anthems of India and the United States played at the Joint Base Andrews, as Prime Minister Narendra Modi arrives in Washington, DC. pic.twitter.com/mHbfODEJpM
— ANI (@ANI) June 21, 2023