‘ଜାତୀୟ ଏକତା ଦିବସ’ ଆମ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ବଜାୟ ରଖିବା ଦିଗରେ ଆମ ଜାତିର ଅନ୍ତର୍ନିହିତ ଶକ୍ତି ଏବଂ ସ୍ଥିରତାକୁ ନିଶ୍ଚିତ କରିବାକୁ ଏକ ସୁଯୋଗ ପ୍ରଦାନ କରେ। ଅକ୍ଟୋବର ୩୧ ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ।ରାଷ୍ଟ୍ର ଏକତା ପାଇଁ ସର୍ଦ୍ଦାର ପଟେଲଙ୍କ ଉଦ୍ୟମକୁ ସ୍ୱୀକାର କରିବା ପାଇଁ ‘ଜାତୀୟ ଏକତା ଦିବସ’ ପାଳନ କରାଯାଏ।ଜାତୀୟ ଏକତା ପ୍ରତି ତାଙ୍କର ପ୍ରୟାସ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ‘ଭାରତର ଲୌହ ମାନବ’ କରିଦେଲା। ପଟେଲଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୩୧ ଅକ୍ଟୋବରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ୨୦୧୪ରେ କେନ୍ଦ୍ରର ମୋଦୀ ସରକାର ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ୩୧ ଅକ୍ଟୋବରରେ ‘ଜାତୀୟ ଏକତା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।ସର୍ଦ୍ଦାର ପଟେଲଙ୍କ ସମ୍ମାନାର୍ଥେ ଭାରତ ସରକାର ଗୁଜୁରାଟର ନର୍ମଦା ନଦୀ ନିକଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ, ଯାହା ଭାରତରେ ଏକତାର ଶକ୍ତିର ପ୍ରତୀକ ରୂପେ ଠିଆ ହୋଇଛି। ୨୦୧୮ରେ ୧୮୨ ମିଟର ଉଚ୍ଚତାର ଏହି ମୂର୍ତ୍ତି ତିଆରି ହୋଇଥିଲା।ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଏକତାକୁ ବୃଦ୍ଧି କରିବା ଏବଂ ଭାରତୀୟ ଇତିହାସରେ ସର୍ଦ୍ଦାର ପଟେଲଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏକତା ଦୌଡ଼ର ଉଦଘାଟନ କରିଥିଲେ। ଏହି ଅବସରରେ ସେ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମସ୍ତଙ୍କୁ ଏକ ସଂକଳ୍ପ ନେବାକୁ ପଡିବ ଯେ ଭାରତ ବିଶ୍ୱରେ ଆଗରେ ରହିବ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ସେ କହିଛନ୍ତି, “ଯଦି ସର୍ଦ୍ଦାର ନଥାନ୍ତେ, ତେବେ ଆମେ ଆଜି ଏଠାରେ ଛିଡ଼ା ହୋଇ ନ ଥା’ନ୍ତୁ କିମ୍ବା ଭାରତର ମାନଚିତ୍ର ଏଭଳି ହୋଇନଥାନ୍ତା | ସ୍ୱାଧୀନତା ପରେ ବ୍ରିଟିଶମାନେ ଏହି ଦେଶକୁ ଖଣ୍ଡ ଖଣ୍ଡ କରି ଛାଡ଼ିଦେଲେ |ଯଦି ସର୍ଦ୍ଦାର ପଟେଲ ସେତେବେଳେ ନଥାନ୍ତେ, ତେବେ ଏହି ଦିନ ହୋଇ ନଥାନ୍ତା |