ଯୋଡିଶଙ୍ଖ ଦେଖାଇଲେ ନବୀନ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି ସବୁ ରାଜନୈତିକ ଦଳ । ଆସନ୍ତା ୨୪ ତାରିଖରେ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଦୁଇ ହାତରେ ଦୁଇଟି ଶଙ୍ଖ ଦେଖାଇ ବିଜେଡିକୁ ଭୋଟ ଦେବାକୁ କହିଛନ୍ତି ସୁପ୍ରିମୋ । ଗୋଟିଏ ଏମଏଲଏ ପାଇଁ ଗୋଟିଏ ଏମପି ପାଇଁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ ।
https://www.instagram.com/reel/C6EeXAZSYTD/?igsh=aXpmbnkzczd0dnE4