ଭୁବନେଶ୍ବର: ଛତିଶଗଡ଼ରେ ବିଶାଲ ଦାସ ଅଟକ ଘଟଣାରେ ହସ୍ତକ୍ଷେପ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଅଛନ୍ତି ପିଆରଆଇ ସଦସ୍ୟ। କିଛି ପଞ୍ଚାୟତ ପ୍ରତିନିଧି ଓ ବିଶାଲ ଅଟକ ଥିବା ଅବଗତ କଲେ ପିଆରଆଇ ସଦସ୍ୟଙ୍କୁ ଛାଡିବା ସହ ସେମାନଙ୍କର ସୁରକ୍ଷା ଦାବି କଲେ ନବୀନ । ସୁରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ସୀମାରେ ଛାଡ଼ିବାକୁ ଚିଠି । ଅଟକ କାରଣରୁ ଅନାସ୍ଥା ଭୋଟ ବାଧାପ୍ରାପ୍ତ ହୋଇଛି । ଆଜ ଦିନ ୧୦ଟା ୩୦ରେ ସେମାନେ ଅନସ୍ଥାରେ ଭୋଟ ଭାଗ ନେଇଥାନ୍ତେ। ଏଥିପାଇଁ କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ କରାଯାଇଛି।
ଚକ୍ରାନ୍ତ କରି ସ୍ଥଗିତ କରାଯାଇଥିବା ଅଭିଯୋଗ ହୋଇଛି। ବିଜେଡି ନେତା ବିଶାଳ ଦାସଙ୍କୁ ମଧ୍ୟ ଛତିଶଗଡ଼ ପୁଲିସ ଅଟକ ରଖିଛି। ବିଶାଲଙ୍କ ସହ ପିଆରଆଇ ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ।
ସୂଚନା ଅନୁଯାୟୀ, ବିଜେଡି ପିଆରଆଇ ସଦସ୍ୟ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। କିର୍ମିରା ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସାହୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା । ଗତକାଲି ପିଆରଆଇ ସଭ୍ୟମାନେ ଆଶଂକା କରିଥିଲେ ଅଘଟଣ। ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ପିଆରଆଇ ସଦସ୍ୟ। ଭିଡ଼ିଓ ଜାରି କରି ସୁରକ୍ଷା ମାଗିଥିଲେ । ପୁଲିସ ସୁରକ୍ଷା ଦେଇପାରି ନ ଥିବା ସ୍ପଷ୍ଟ ହୋଇଛି। ସୁରକ୍ଷା ବଦଳରେ ପିଆରଆଇ ସଦସ୍ୟଙ୍କୁ ଅଟକ ରଖିଛି ପୁଲିସ।