ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବେ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପାଇଁ ସେ ତାଙ୍କ ନାମାଙ୍କନ ପତ୍ର ଭରିବେ । ୨୦୦୦ ମସିହାରେ ନବୀନ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି । କ୍ରମାଗତ ଭାବେ ୫ମ ଥର ବିଜୟୀ ହୋଇ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଚଳିତ ଥର ଷଷ୍ଠଥର ପାଇଁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଆଜି ଦିନ ୧୧ଟା ସମୟରେ ଛତ୍ରପୁର ଯାଇ ତାରାତାରିଣୀଙ୍କୁ ଦର୍ଶନ କରିବେ ଓ ଏହାପରେ ନବୀନ ୧୨.୩୫ ମିନିଟ ସମୟରେ ନାମାଙ୍କନ ପତ୍ର ଦାଖଲ କରିବେ । ।