ଓଡ଼ିଶାରେ ଭୋଟ ଗ୍ରହଣ ବା ଭୋଟ ଆଉ ୩ ସପ୍ତାହ ଅଛି । ମେ’ ୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡି ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହାକୁ ଆଖି ଆଗରେ ରଖି ଆସନ୍ତା ୨୪ ତାରିଖରେ ଭୋଟ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିବେ ଭୋଟ ଭିକ୍ଷା । ଏହି ଦିନ ଗଞ୍ଜାମରେ ଦୁଇଟି ସମାବେଶ ହେବ । ଏହି ସମାବେଶକୁ ସମ୍ବୋର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସହ ରହିବେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୫ରେ ଗୁଣପୁର ଏବଂ ବିଷମ କଟକ ଗସ୍ତରେ ଯିବେ ନବୀନ । ଆସନ୍ତା ୨୫ ତାରିଖରେ ବିଜେପି ପାଇଁ ଭୋଟ ଭିକ୍ଷା କରିବାକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଏହାର ଗୋଟିଏ ଦିନ ପୂର୍ବରୁ ନବୀନ ନିର୍ବାଚନ ମଇଦାନକୁ ଓଡ୍ଲାଇ ବିଜେଡି ପାଇଁ ଭୋଟ ଭିକ୍ଷା କରିବେ । ଏବଂ ବିଜେଡି ସପକ୍ଷରେ ନିର୍ବାଚନ ମାହୋଲ ତିଆରି କରିବେ । ଶାହା ଏବଂ ନବୀନଙ୍କ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ସମ୍ବାଦକୁ ନେଇ ଏବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ମଣ୍ଡଳୀ ବେଶ ସରଗରମ ହୋଇ ଉଠିଛି । ଖରାର ତାତି ଯେପରି ନିର୍ବାଚନୀ ତାତି ମଧ୍ୟ ସେହିପରି ହେଲାଣି ।