ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଲୋକପ୍ରିୟ ନେଷ୍ଟ୍ଲେ କମ୍ପାନୀ ଶିଶୁମାନଙ୍କ ପାଇଁ ବାହାର କରୁଥିବା ସେରେଲାକରେ ଅଧିକ ମାତ୍ରାରେ ଚିନି ରହୁଛି। ତେବେ ଚିନ୍ତାର କଥା ହେଉଛି, ଏହା ଇଂଲଣ୍ଡ ଜର୍ମାନୀ ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିକଶିତ ଦେଶରେ ଚିନିମୁକ୍ତ ଅଟେ। ତେବେ ଭାରତକୁ ଆସୁଥିବା ଦ୍ରବ୍ୟରେ ଅଧିକ ୩ ଗ୍ରାମ୍ ଚିନି ରହୁଥିବା ରିପୋର୍ଟରୁ ପ୍ରକାଶ ପାଇଛି। ବିଶ୍ୱର ସର୍ବବୃହତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟ୍ଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ। ଏହା ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ନେଷ୍ଟ୍ଲେ ଇଣ୍ଡିଆ ଲିମିଟେଡର ମୁଖପାତ୍ର କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ଏହାର ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ ୩୦ ହ୍ରାସ କରିଛି ଏବଂ ସେଗୁଡିକୁ ହ୍ରାସ କରିବା ପାଇଁ ଉତ୍ପାଦଗୁଡିକର “ସମୀକ୍ଷା” ଜାରି ରଖିଛି। ଆଉ ଏକ ବିବୃତ୍ତିରେ କୁହାଯାଇଛି ଯେ ଶିଶୁମାନଙ୍କ ପାଇଁ ଉତ୍ପାଦରେ ପୁଷ୍ଟିକର ଗୁଣରେ କମ୍ପାନୀ ବିଶ୍ବାସ କରେ ଏବଂ ଉଚ୍ଚମାନର ଉପାଦାନ ବ୍ୟବହାରକୁ ପ୍ରାଥମିକତା ଦେଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ମିଳୁଥିବା ୧୫ ଟି ଯାକ ସେରେଲାକରେ ହାରାହାରି ୩ ଗ୍ରାମ ଚିନି ରହିଥାଏ। ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି।