ଗତ ୭ ତାରିଖରେ ସୁପର୍ଷ୍ଟାର୍ ଶାହରୁଖ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ରିଲିଜ୍ ହୋଇଯାଇଛି। ଫିଲ୍ମଟି ରିଲିଜ୍ ହେବା ପରେ ତାହାକୁ ଖୁବ୍ ଭଲପାଇବା ମିଳୁଛି।ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ରିଲିଜ୍ ହେବାର କିଛି ମାସ ପରେ ‘ଯବାନ’କୁ ପ୍ରଥମେ ‘ନେଟ୍ଫ୍ଲିକ୍ସ’ କିଣିବ। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଚଳଚ୍ଚିତ୍ରଟି ରିଲିଜ୍ ହେବାର ୪୫ରୁ ୬୦ ଦିନ ପରେ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହୋଇପାରେ। ଅକ୍ଟୋବର ମାସ, ଅର୍ଥାତ ଦଶହରା ବେଳକୁ ପ୍ରଶଂସକ ଘରେ ବସି କିଙ୍ଗ୍ଖାନ୍ଙ୍କ ସିନେମାର ମଜା ନେଇପାରିବେ ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଚଳିତବର୍ଷ ଶାହରୁଖ୍ଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପଠାନ’ ‘ଆମାଜନ ପ୍ରାଇମ ଭିଡିଓ’ରେ ମୁକ୍ତିଲାଭ କରିଥିଲା। ତେବେ ‘ଯବାନ’ର ମିଡିଆ ପାର୍ଟନର ହେଉଛି ‘ନେଟଫ୍ଲିକ୍ସ’।