ଭୋଟରଙ୍କ ମନ ଜିଣିବା ପାଇଁ ଶାସକ ବିଜୁ ଜନତା ଦଳ କରିଛି ବଡ ଷଗାଷଣା । ଜୁନ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇଦିଆଯିବ ବୋଲି ଘୋଷଣା କରିଛନ୍ତି ୫ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କଥା କହିଛନ୍ତି ପାଣ୍ଡିଆନ । ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଆଉ ଦେବାକୁୂ ପଡିବନି । ମାଗଣା ବିଜୁଳି ବିଲ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡର ରଘୁନାଥ ପାଲିରେ ଏହି ଘୋଷଣା କରିଛନ୍ତି କାତ୍ତିକ ପାର୍ଣ୍ଡିଆନ । ଜୁନ ୯ ତାରିଖ ଦିନ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠଥର ପାଇଁ ଶପଥ ନେବେ । ସଂନ୍ଧ୍ୟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇବା ଇସ୍ତାହାରରେ ମୋହର ବାଜିବ ବୋଲି ପାର୍ଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି । ଏହା ନବୀନ ଗ୍ୟାରେଣ୍ଟି ବୋଲି ପାଣ୍ଡିଆନ ଦର୍ଶାଇଛନ୍ତି ।