ଆଉ ତିନି ଦିନ ପରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । ରାଜ୍ୟସଭାର ସଦସ୍ୟମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏଣିକି ବିଦେଶ ଯାତ୍ରା ପୂର୍ବରୁ ରାଜ୍ୟସଭାର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବେ । ଏଥିସହିତ ଗୃହରେ ‘ଥାଙ୍କ ୟୁ’, ‘ବନ୍ଦେ ମାତରମ୍’ ଓ ‘ଜୟ ହିନ୍ଦ’ ଆଦି ନାରା ଦେଇ ପାରିବେନି ବୋଲି ନିୟମରେ କୁହାଯାଇଛି ।
ଡିସେମ୍ବର ୪ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟସଭାର ସଦସ୍ୟଙ୍କ ପାଇଁ କିଛି ନୀତି, ନିୟମ ଜାରି ଜାରି କରିଛନ୍ତି । ଏଣିକି ରାଜ୍ୟସଭାର ସଦସ୍ୟମାନେ ଗୃହ ଭିତରେ ‘ଜୟ ହିନ୍ଦୁ’, ‘ଥାଙ୍କ ୟୁ’, ‘ବନ୍ଦେ ମାତରମ୍’ ପରି ନାରା ସବୁ ଦେଇ ପାରିବେନି । ସଦନରେ ଉଠିଥିବା ବିଷୟକୁ ପୂର୍ବରୁ ପ୍ରଚାର କରିପାରିବେନି । ନୋଟିସ ମଞ୍ଜୁର ନହେବା ପର୍ଯ୍ୟନ୍ତ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଏହା ନ କହିବାକୁ କୁହାଯାଇଛି ।