ଆଜିଶ୍ରୀ କ୍ଷେତ୍ର ରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ମୁଖ୍ୟ ଯାତ୍ରା ମଧ୍ୟରୁ ନିଳାଦ୍ରି ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା । ଏଥିପାଇଁ ଶ୍ରୀ ମନ୍ଦିରରେ ବିଶେଷ ନିତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ଅଷ୍ଟମି ତିଥି ରେ ନିଳାଦ୍ରି ମହୋଦୟ ଯାତ୍ରା ଶ୍ରୀ ମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ଶ୍ରୀ ମନ୍ଦିରେ ମହାପ୍ରଭୁ ଙ୍କ ପାଳିତ ଅନ୍ୟ ମୁଖ୍ୟ ଦ୍ୱାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ ନିଳାଦ୍ରୀ ମହାଦୟ ପରଚିତ । ଏହି ଯାତ୍ରା କୁ ଶ୍ରୀ ମନ୍ଦିର ର ପ୍ରତିଷ୍ଠା ଦିବସ ବୋଲି ମଧ୍ୟ କୁହାଯାଏ । ଆଜି ର ଦିନ ରେ ସକାଳ ଧୁପ ପରେ ଆନତ ଲାଗି ନୀତି ଶେଷ କରାଯାଇ ଅଧିବାଶ ହୋଇ ରହିଥିବା ୧୦୮ ଜଳ କୁ ରତ୍ନ ସିଙ୍ଘାସନ ନିକଟକୁ ଅଣାଯାଏ । ପୂଚାପନା ସେବକ ମାନେ ଅଧିବାଶ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁ ଙ୍କ ସମ୍ମୁଖରେ ଦର୍ପଣ ରଖକାଯାଇ ମହାସ୍ନନ ନୀତି କରାଯିବ ପରେ ନୂଆବସ୍ତ୍ର ଲାଗି ହେବା ସହ ପୂଜା ପନା ଓ ମୁଦି ରସ୍ତ ସେବକଙ୍କ ଦ୍ୱାରା ବିଶେଷ ନିତି କରାଯିବ । ସ୍କନ୍ଦ ପୁରାଣର ର ବର୍ଣ୍ଣନା ଅନୁସାରେ ନିଳାଦ୍ରି ମହୋଦୟ ଦିବସ ରେ ମହାପ୍ରଭୁ ଙ୍କୁ ସ୍ମରଣର ଓ ପୂଜା ପାଠ କଲେ ଅଶେଷ ପୁଣ୍ୟ ମିଳିବା ସହ କୋଟି ଜନ୍ମ ର ପାପ ରୁ ମୁୂକ୍ତି ମିଳିଥାଏ । ସ୍କନ୍ଧ ପୁରାଣ ଅନୁସାରେ ସ୍ୱୟଂ ବ୍ରହ୍ମା ବୈଶାଖ ମାସ କୁଶ୍ୟା ଯୋଗ ଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମି ତିଥି ଗୁରୁବାର ରେ ଶ୍ରୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିତଥଲେ । ସେହି ହେତୁ ଶ୍ରୀ ମନ୍ଦିର ଏହି ଦିବସ ର ଏହି ଦିବସ ଟି ଅତ୍ୟନ୍ତ ପୁଣ୍ୟ ଓ ଲାଭଦାୟକ ଅଟେ ।
।