ଆଜିକାଲି ଅନେକ ପ୍ରକାରର ଜିନିଷ ବଜାରରେ ଉପଲବ୍ଧ ହେଉଚି। ଯାହାକୁ ସ୍ୱାସ୍ଥ୍ୟ ଉପଯୋଗୀ କହି ଲୋକେ ଭଲ ଲାଭବାନ ହେଉଛନ୍ତି। କିନ୍ତୁ କିଛି ଏମିତି ବି ଜିନିଷ ଅଛି ଯାହାକୁ ନେଇ ବ୍ୟବସାୟ କରିବା ପାଇଁ ଆମେ ପୂର୍ବରୁ କେବେ ଚିନ୍ତା କରିନଥିଲୁ। ହେଲେ ଏବେ ସେଥିପାଇଁ ବି ବିଭିନ୍ନ ଯୋଜନା ଆସିଲାଣି। ଏଇ ଯେମିତି ମା କ୍ଷୀର। ମଣିଷ କ୍ଷୀର ଏବଂ ଏହାର ଉତ୍ପାଦ ଉପରେ ବ୍ୟବସାୟ କରିବାକୁ ଅନେକ ଜଣ ପ୍ଲାନ କଲେଣି। କିନ୍ତୁ ଶୁକ୍ରବାର ଦିନ ଖାଦ୍ୟ ନିରାପତ୍ତା ଏବଂ ମାନବ ପ୍ରାଧିକରଣ (ଏଫଏସଏସଏଆଇଓ) କଡା ଚେତାବନୀ ଦେଇଛି । ଏହା ସହିତ ଏହା ମଧ୍ୟ କୁହାଯାଇଥିଲା ଯେ, ମାଆର କ୍ଷୀରକୁ ବାଣିଜ୍ୟ କରିବା, ଯାହା କୌଣସି ପ୍ରକାରେ ଯଥାର୍ଥ ନୁହେଁ ଏବଂ ସରକାରୀ ସଂଗଠନ ଦ୍ୱାରା ଅନୁମତି ନାହିଁ ।ଯଦି ଏହା କରାଯାଇଥାଏ ତେବେ ଯେଉଁମାନେ ଏହା କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।