ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ପାଇଁ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା କରିବାକୁ ସ୍ଥିର କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ)ରେ ସ୍ଥାନୀୟ ଯୁବକମାନଙ୍କ ଅଂଶଗ୍ରହଣ ତଥା ଆଞ୍ଚଳିକ ଭାଷାକୁ ଉତ୍ସାହିତ କରିବା ପାଇଁ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି।
In a historic decision, MHA decides to conduct the Constable (GD) CAPF exams in 13 regional languages also. It will give an impetus to participation of local youth in CAPFs.
The decision reflects PM @narendramodi Ji's commitment to developing and encouraging regional languages. pic.twitter.com/Dd1iNWzyL5
— गृहमंत्री कार्यालय, HMO India (@HMOIndia) April 15, 2023
ହିନ୍ଦି, ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଆସାମୀ, ବଙ୍ଗାଳି, ଗୁଜୁରାଟି, ମରାଠି, ମାଲାୟଲମ୍, କନ୍ନଡ଼, ତାମିଲ, ତେଲଗୁ, ଓଡ଼ିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁର ଏବଂ କୋଙ୍କଣି ଭାଷା ସାମିଲ ରହିଛି । ଅଧିକରୁ ଅଧିକ ଇଚ୍ଛୁକ ପ୍ରାର୍ଥୀ ଯେଭଳି CAPF ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି । ଆଞ୍ଚଳିକ ଭାଷାରେ ପରୀକ୍ଷା କରାଗଲେ ଅଧିକରୁ ଅଧିକ ପରୀକ୍ଷାର୍ଥୀ ଭାଗ ନେବେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍ସନ୍ ମଧ୍ୟ ରହିବ ।
ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି । ଫଳରେ ସ୍ଥାନୀୟ ଯୁବକମାନେ ମାତୃଭାଷାରେ ପରୀକ୍ଷା ଦେବାର ଏହି ସୁଯୋଗକୁ ବ୍ୟବହାର କରି ତଥା ଦେଶ ସେବା କରିବା ପାଇଁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ହେବେ।