୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍ନାଲ୍ ମେଡିକାଲ୍ କମିସନ୍’କୁ (ଏନ୍ଏମ୍ସି) ‘ୱାର୍ଲଡ୍ ଫେଡେରେସନ୍ ଫର୍ ମେଡିକାଲ୍ ଏଜୁକେସନ୍’ (ଡବ୍ଲୁଏଫ୍ଏମ୍ଇ) ‘ରେକୋଗ୍ନିସନ୍ ଷ୍ଟାଟସ୍’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଜାରି ‘ପ୍ରେସ୍ ବିବୃତି’ରୁ ଜଣାପଡ଼ିଛି।ଡବ୍ଲୁଏଫ୍ଏମ୍ଇ’ ମାନ୍ୟତା ମିଳିଥିବାରୁ ଏବେ ଭାରତୀୟ ଡାକ୍ତରୀ ସ୍ନାତକମାନେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ୍ ଆଦି ଦେଶରେ ସ୍ନାତକୋତ୍ତର ତାଲିମ ନେବା ସହିତ ଡାକ୍ତରୀ ଚିକିତ୍ସା ବା ‘ପ୍ରାକ୍ଟିସ୍’ କରିପାରିବେ । ସୂଚନାଯୋଗ୍ୟ, ଉପରୋକ୍ତ ରାଷ୍ଟ୍ର ସବୁ ସ୍ନାତକୋତ୍ତର ତାଲିମ କିଂବା ‘ପ୍ରାକ୍ଟିସ୍’ ନିମନ୍ତେ ‘ଡବ୍ଲୁଏଫ୍ଏମ୍ଇ’ ମାନ୍ୟତା ଆବଶ୍ୟକ କରନ୍ତି।