ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସେବା ଭବନରୁ ହଟିଲା ସାମ୍ବାଦିକଙ୍କ ପ୍ରବେଶ କଟକଣା । ମିଳିଲା ଲୋକସେବା ଭବନରେ ପ୍ରବେଶ ଅନୁମତି । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି । ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କୋଭିଡ଼୍ ପାଇଁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା ।
ଏହି ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଦେବେ, ସଂସ୍ଥାର ପରିଚୟପତ୍ର ଦେବେ । ଏହାପରେ ଜଣେ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫରଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ ।