ଷ୍ଟାଟିଟିକ୍ସ କହୁଛି ଡେଙ୍ଗୁ ସଖ୍ୟା ଖୋର୍ଦ୍ଧାରେ ଅଧିକ ରହିଛି। ଭୁବନେଶ୍ଵରରେ ଅଧିକ କେସ ରହିଛି। ଟେଷ୍ଟିଂ ବଢୁଛି ସେଥିପାଇଁ ସଂଖ୍ୟା ବୃଦ୍ଧି ପାଉଛି। ଆଗାମୀ ଦିନରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଡେଙ୍ଗୁ ପାଇଁ ବିଏମସିକୁ ଦାୟୀ କଲେ ଏକାମ୍ର ବିଧାୟକ ବାବୁ ସିଂ। ପ୍ରତିକାର ପାଇଁ ଯେଉଁଭଳି ପଦକ୍ଷେପ ନେବା କଥା ସେଥିରେ ଅବହେଳା ହୋଇଛି। ସରକାରୀ ସ୍ତରରେ ବିଏମସି ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ କହିଛନ୍ତି ବାବୁ ସିଂ।ସାରା ବିଶ୍ୱରେ ଦେଖାଯାଉଥିବା ବିଭିନ୍ନ ରୋଗଗୁଡିକ ମଧ୍ୟରୁ ଡେଙ୍ଗୁ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ଏହି ରୋଗ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ଡେଙ୍ଗୁ ପ୍ରଥମେ ୧୭୮୦ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ସହରରେ ଚିହ୍ନଟ କରାଯାଇଥିଲା। ଏହା ଏପରି ଏକ ଜଟିଳ ରୋଗ, ଯାହାର ଉପଯୁକ୍ତ ଚିକିତ୍ସା କରା ନ ଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତ ନମୁନା ପରୀକ୍ଷା କରି ଡେଙ୍ଗୁ ଚି଼ହ୍ନଟ ହେବା ପରେ ଔଷଧ ଖାଇବା ଦ୍ୱାରା ଉକ୍ତ ସଂକ୍ରମଣରୁ ଆମେ ରକ୍ଷା ପାଇପାରିବା।