ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ । ମୁହାଁମୁହିଁ ହେବେ ଶାସକ-ବିରୋଧୀ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ରଣନୀତି। ଆମ୍ବ ଟାକୁଆ କୋଇଲି ଜାଉ ଖାଇ ମୃତ୍ୟୁ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିରେ ଅହେତୁକ ବିଳମ୍ବ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ଯୋଜନା ରହିଛି ।
ଏହାସହ ଓଡିଶାରୁ ଜେଏସଡବ୍ଲୁ, ଆର୍ସେଲର ମିତ୍ତଲ ଭଳି ବଡ ଶିଳ୍ପସଂସ୍ଥା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ, ଗନ୍ଧମାର୍ଦ୍ଦନ ପାହାଡ଼ରେ ସମ୍ଭାବ୍ୟ ଖଣି ଖନନ, ମାଆ ବିରଜା ପ୍ରକଳ୍ପକୁ ବନ୍ଦ କରିବାକୁ ଉଦ୍ୟମ, ଧାନକିଣାରେ ଅବ୍ୟବସ୍ଥା ଆଦି ପ୍ରସଙ୍ଗ ରହିଛି । ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ପୂରା ତୟାର ବିଜେପି । ଏହାସହ ୫ମାସର ଉପଲବ୍ଧି ମଧ୍ୟ ସରକାର ରଖିବେ । ସେପଟେ ଆଜି ପ୍ରଥମ ଦିନରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।